You are currently viewing ୫୪ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୪ ଗିରଫ

୫୪ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୪ ଗିରଫ

କନ୍ଧମାଳ(ଏଏନଏସ) ୧୮.୧୨.୨୦୨୧, ବିପୁଳ ପରିମାଣର ଗଞ୍ଜେଇ ଜବତ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ୫୪ କିଲୋଗ୍ରାମରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ ହୋଇଛି । ଏହା ସହ ଘଟଣାରେ ସମ୍ପୁକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ, ଶୁକ୍ରବାର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ଚାରି ଚକିଆ ଯାନରୁ ୫୪ କିଲୋଗ୍ରାମରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଛି। ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ୪ ଗିରଫ ଅଭିଯୁକ୍ତମାନେ କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ହୋଇଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।