You are currently viewing ଏସଟିଏଫ ପଞ୍ଝାରେ ୨ ଗଞ୍ଜେଇ ବେପାରୀ

ଏସଟିଏଫ ପଞ୍ଝାରେ ୨ ଗଞ୍ଜେଇ ବେପାରୀ

ଅନୁଗୁଳ(ଏଏନଏସ)୨୨/୦୩, ରାଜ୍ୟରେ ବଢ଼ିଚାଲିଛି ଚୋରା ଗଞ୍ଜେଇ କାରବାର । ଆଜି ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ କାବୁ କରିଛି ଏସଟିଏଫ । ଗିରଫ ଦୁଇ ବ୍ୟବସାୟୀ ସୁଶାନ୍ତ କୁମାର ସାହୁ ଓ ଯୁଗଳ ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗଞ୍ଜେଇ କାରବାର ଚାଲିଥିବାନେଇ ନେଇ ଏସଟିଏଫ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଏସଟିଏଫ ଟିମ ଅନୁଗୁଳ ବାଙ୍କପଲାଶା ଅଞ୍ଚଳରେ ଚଢାଉ କରିଥିଲେ । ସେଠାରୁ ୧୬୫ କେଜି ଚୋରା ଗଞ୍ଜେଇ ଜବତ ହୋଇଛି ।ଏହି ଚଢାଉରେ ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ଏହି ଦୁଇ ବ୍ୟବସାୟୀଙ୍କ ନିକଟରୁ ଗୋଟିଏ ଦାମୀ କାର, ଗୋଟିଏ ପଲସର ବାଇକ ଏବଂ ଗୋଟି ବନ୍ଧୁକ ଜବତ ହୋଇଛି । ଏନେଇ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।