You are currently viewing ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ନନ୍ଦପୁର(ଏଏନଏସ) ୨୮.୧୨.୨୦୨୧, ପୁଣି ରାଜ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍ । ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନରେ ଥିବା ୧୦ଟି ବସ୍ତାରୁ ପ୍ରାୟ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସ ପିକଅପ୍ ଗାଡ଼ିକୁ ପିଛା କରି ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା । ପୋଲିସକୁ ଦେଖି ୨ ଜଣ ଫେରାର ହୋଇଯାଇଛନ୍ତି । କିନ୍ତୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିପାରିଛି । ଭ୍ୟାନରୁ ୧୦ଟି ବସ୍ତାରେ ପ୍ରାୟ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ  ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।