You are currently viewing ପରିବା ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଅଟକ

ପରିବା ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଅଟକ

ଗଜପତି(ଏଏନଏସ) ୨୯.୧୨.୨୦୨୧,  ଗଜପତିରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପରିବା ବୋଝେଇ ଟ୍ରକ ରୁ ୬୦ ବସ୍ତା ଗଞ୍ଜେଇ ଜବତ ହୋଇଛି । ଘଟଣା ରେ ୩ ଜଣଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।
ସୂଚନା ଅନୁସାରେ, ଆଜି ସକାଳୁ ପାରଳାଖେମୁଣ୍ଡି  ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବାବେଳେ  ସନ୍ଦେହ ହେବା କାରଣରୁ ପରିବା ଟୋକେଇ ଟ୍ରକକୁ ଯାଞ୍ଚ କରିଥିଲା ।  ଯାଞ୍ଚ ପରେ ସେଥିରୁ ବସ୍ତା ବସ୍ତା ଗଞ୍ଜେଇ ଜବତ୍ ହୋଇଛି । ଚାନ୍ଦୀପୁଟରୁ ବ୍ରହ୍ମପୁର ଯାଉଥିବା ପରିବା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ ହୋଇଛି । ଏହି ଜବତ୍ ଗଞ୍ଜେଇର ମୂଲ୍ୟ ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ।

ଅନ୍ୟମାନଙ୍କୁ ଜଣାନ୍ତୁ।