You are currently viewing ଫାର୍ମ ହାଉସରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା;ଡାୟଟମ୍ ଟେଷ୍ଟ ପାଇଁ ପଠାଗଲା ନମୁନା

ଫାର୍ମ ହାଉସରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା;ଡାୟଟମ୍ ଟେଷ୍ଟ ପାଇଁ ପଠାଗଲା ନମୁନା

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୨୧/୦୮: ଫାର୍ମ ହାଉସ ଭିତରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ କରୁଛି ପୁଲିସ । ଆସିଲା ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ସେପେଟେ ଡାୟଟମ୍ ଓ ଭିସେରା ଟେଷ୍ଟ ପାଇଁ ଫରେନସିକ ଲ୍ୟାବକୁ ପଠାଯିବ । ଏହି ସବୁ ଟେଷ୍ଟ ହେଲେ ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି କି ଅନ୍ୟ କେଉଁଠି ହୋଇଛି ତାହା ଜଣାପଡିବ । ସୂଚନାଯୋଗ୍ୟ ଯେ ନନ୍ଦନକାନନ ଥାନା ନିକଟସ୍ଥ ଷଡଙ୍ଗୀ ଫାର୍ମ ହାଉସ୍ ଜଳାଶୟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବତୀଙ୍କ ନାଁ କାମିନୀ ପ୍ରିୟଦର୍ଶନୀ । ତାଙ୍କ ନିଜ ଘର ନୟାଗଡ ଜିଲ୍ଲାରେ ହୋଇଥିବା ବେଳେ ସେ କିଛି ବର୍ଷ ହେଲା ସ୍ଥାନୀୟ ରଘୁନାଥପୁର ଗ୍ରାମର ରହି ଆସୁଥିଲେ । ଜେଇଇ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ମାନସିକ ଚାପରେ ଥିଲା ବୋଲି ଛାତ୍ରୀଙ୍କ ବାପା କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।