You are currently viewing ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ଗଜପତି (ଏଏନଏସ)୧୩/୦୧: ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର ହେଲା ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ। ମୃତଦେହଟି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର ହୋଇଛି । ତେବେ ଯୁବତୀଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି ।  ଏହି ଘଟଣାଟି ପୋଲିସ ଫାଣ୍ଡିଠାରୁ ମାତ୍ର ୧୦୦ମିଟର ଦୂରରେ ଘଟିଛି । ଏପର୍ଯ୍ୟନ୍ତ ମୃତ ଯୁବତୀଙ୍କ ପରିଚୟ ମିଳିପାରି ନଥିବା ବେଳେ  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।