You are currently viewing ମୋତେ ଟଙ୍କା ଦିଅ ମୁଁ ମଦ ପିଇବି

ମୋତେ ଟଙ୍କା ଦିଅ ମୁଁ ମଦ ପିଇବି

ପୁରୀ(ଅନନ୍ତ ସିଂ), କୁମ୍ଭାରପଡା ଥାନା ଅଧୀନ ମାର୍କେଟ୍‌ ଛକରେ ଘଟିଛି ଅଭାବନୀୟ କାଣ୍ଡ । ଫିଲ୍ମ ଡାଏଲଗ୍‌ ମାରି ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଛି ଜଣେ ଅସାମାଜିକ ଯୁବକ । ମଦ ପିଇବାକୁ ଶହେ ଟଙ୍କା ମାଗିଥିଲା | ମାତ୍ର ବୃଦ୍ଧ ଜଣକ ତାଙ୍କୁ ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଜଣକ ବୃଦ୍ଧଙ୍କ ମୁଣ୍ଡକୁ ପିଟିଦେଲେ | ଆହତ ବୃଦ୍ଧ ଜଣକ ହେଲେ ମାର୍କେଟଛକର ବଂଶୀଧର ସାହୁ (୭୦) ।

ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନରେ ମାର୍କେଟଛକରେ ବସିଥିଲେ ବଂଶୀଧର । ସେଠାରେ ପୁବା ନାମକ ଜଣେ ଯୁବକ ପହଞ୍ଚି ମଦ ପିଇବି ଶହେ ଟଙ୍କା ଦେ ବୋଲି କହିଥିଲା । କିନ୍ତୁ ତତେ କାଇଁ ଟଙ୍କା ଦେବି ବୋଲି କହିଥିଲେ ବଂଶୀଧର । ସବୁବେଳେ ମଦ ପିଇ ଅବାଟକୁ ଯାଆନା ବୋଲି ପରାମର୍ଶ ମଧ୍ୟ ସେ ଦେଇଥିଲେ । ଏତିକିରେ ପୁବା ମୁଣ୍ଡକୁ ପିତ୍ତ ଚଢିଯାଇଥିଲା । ପାଖରେ ପଡିଥିବା ଏକ କାଠ ଫାଳିଆ ଆଣି ବଂଶୀଧରଙ୍କ ମୁଣ୍ଡକୁ ପିଟି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ କୁମ୍ଭାରପଡା ଥାନାରେ ଏତଲା ମଧ୍ୟ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।