You are currently viewing ଗ୍ଲୋରୀ ଫେଷ୍ଟ୨୦୨୩: ଉତ୍କଳ ସମ୍ମାନ ସମ୍ମାନରେ ସମ୍ମାନିତ ହେଲେ ଇତିରାଣୀ ସାମନ୍ତ

ଗ୍ଲୋରୀ ଫେଷ୍ଟ୨୦୨୩: ଉତ୍କଳ ସମ୍ମାନ ସମ୍ମାନରେ ସମ୍ମାନିତ ହେଲେ ଇତିରାଣୀ ସାମନ୍ତ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର(ଏଏନଏସ)୨୨/୦୩, ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ହୋଇଛି ଉତ୍କଳ ଗ୍ଲୋରୀ ଫେଷ୍ଟ ୨୦୨୩ । ପ୍ରଥମ ଥର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୭ ଏଭଳି ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାଦମ୍ବିନୀ ପତ୍ରିକାର ସମ୍ପାଦିକା ତଥା ସାହିତ୍ୟିକା ଡ. ଇତିରାଣୀ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ମାତୃଭାଷାକୁ ଅଧିକ ଭଲ ପାଇବା ସହ ସମାଜ ପ୍ରତି ଛାତ୍ରଛାତ୍ରୀମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ ପାଇଁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ, ଗୀତ, ରାମ୍ପ ସୋ ସହ ଅଭିନୟର ଯାଦୁ ଦେଖାଇ ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ ଡ. ଇତି ସାମନ୍ତଙ୍କୁ ଉତ୍କଳ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଓଟିଡିସି ଚେୟାରମ୍ୟାନ୍‌ ଲେନିନ୍‌ ମହାନ୍ତି, ମୋ କଲେଜର ଚେୟାର ପର୍ସନ ଆକାଶ ଦାସନାୟକ, ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ତନ୍ମୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।