You are currently viewing ଜାଣି ରଖନ୍ତୁ ଭାରତୀୟ ବଜାରରେ ଆଜି କେତେ ଅଛି ସୁନା-ରୁପା ଦର

ଜାଣି ରଖନ୍ତୁ ଭାରତୀୟ ବଜାରରେ ଆଜି କେତେ ଅଛି ସୁନା-ରୁପା ଦର

ଏଏନ୍ଏସ: ସୁନା କିଣିବା ପୂର୍ବରୁ ଜାଣି ରଖନ୍ତୁ ଭାରତୀୟ ବଜାରରେ ଆଜି କେତେ ଅଛି ସୁନା-ରୁପା ଦର। କାରଣ ପ୍ରତ୍ୟେକ ଦିନ ଏହାର ଦରରେ ପରିବର୍ତ୍ତନ ହୋଇଥାଏ। ତେବେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ହୋଇଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ଟଙ୍କା ଓ ୬୦,୦୦୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୫୦ ଟଙ୍କା ଓ ୬୦,୧୫୦ ଟଙ୍କା ରହିଛି ।

ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫, ୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୩୩୦ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୪,୦୦୦ଟଙ୍କା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।