You are currently viewing ୩୭୮ ଓଏଏସଙ୍କ ପାଇଁ ଖୁସି ଖବର

୩୭୮ ଓଏଏସଙ୍କ ପାଇଁ ଖୁସି ଖବର

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୨୬/୧୦: ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଜଣ ଓଏଏସ୍। ହାଇକୋର୍ଟରେ ୨୦୦୬ ଓଏଏସ୍ ନିଯୁକ୍ତ ବିବାଦ ମାମଲାରେ ୩୭୮ ଓଏଏସ୍ ଅଧିକାରୀଙ୍କୁ ମିଳିଛି ଆଶ୍ୱସ୍ତିକର ଖବର । ଏହି ମାମଲାରେ ୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ । ସୂଚନା ଅନୁଯାୟୀ ୨୦୦୬ ମସିହାରେ ୩୭୮ ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ। ତେବେ ସେମାନଙ୍କ ନିଯୁକ୍ତିକୁ ଅକୃତକାର୍ଯ୍ୟ କିଛି ପ୍ରାର୍ଥୀ ମାନେ ଚ୍ୟାଲେଞ୍ଜ କରିଥିଲେ । ପ୍ରାର୍ଥୀମାନଙ୍କ ଆବେଦନର ବିଚାର କରି ୩୭୮ ଜଣଙ୍କର ନିଯୁକ୍ତି ରଦ୍ଦ କରିଥିଲେ ସ୍ୟାଟ୍ । ସ୍ୟାଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରାଯାଇଥିଲା ।ହାଇକୋର୍ଟ ପ୍ରଥମେ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଥିଲେ। ଆଜି ମାମଲାର ଚୂଡ଼ାନ୍ତ ରାୟରେ ସ୍ୟାଟଙ୍କ ନିର୍ଦ୍ଦେଶ ରଦ୍ଦ କରି କୋର୍ଟ ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।