You are currently viewing ଓଡିଆ ଗୀତ ଗାଇ ମନ ମୋହିଲେ ରାଜ୍ୟପାଳ

ଓଡିଆ ଗୀତ ଗାଇ ମନ ମୋହିଲେ ରାଜ୍ୟପାଳ

ଭୁବନେଶ୍ୱର, କଳା,ସଂସ୍କୃତି ଓ ଐତିହ୍ୟର ସହର ହେଉଛି ଓଡିଶା । ଏହାର ପରମ୍ପରା ଓ ସଂସ୍କୃତି ସାରା ଦେଶରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛି । ଏଥିରୁ ବାଦ ପଡିନାହାନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ଏକ ସଙ୍ଗୀତରେ କଣ୍ଠ ଦାନ କରି ଏବେ ଚର୍ଚ୍ଚାରେ ଅଛନ୍ତି ପ୍ରଫେସର ଗଣେଷୀ ଲାଲ । ଷ୍ଟୁଡିଓରେ ଏହି ଗୀତ ରେକଡିଂ ହୋଇଥିବାବେଳେ ଜଣେ ପେଷାଦାର କଣ୍ଠଶିଳ୍ପୀଙ୍କ ଭଳି ଗୀତ ଗାଇଛନ୍ତି ରାଜ୍ୟପାଳ । ୧୪ ଜଣ ପ୍ରଖ୍ୟାତ ଓଡିଆ କଣ୍ଠଶିଳ୍ପୀଙ୍କ ସହ ଗୀତ ଗାଇଛନ୍ତି ରାଜ୍ୟପାଳ । ବସନ୍ତରାଜ ସାମଲ ଏହି ଗୀତକୁ ରଚନା କରିଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ପ୍ରେମାନନ୍ଦ । ଏହା ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।