You are currently viewing ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଗଜପତି-୨୫.୦୯.୨୦୨୧, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ମଧ୍ୟରେ କଳିଙ୍ଗପଟ୍ଟନମ୍ ଦେଇ ସ୍ଥଳଭାଗରେ ପ୍ରବେଶ କରିବ । ସମ୍ଭାବ୍ୟ ବାତ୍ୟା ଆଶଙ୍କା ପାଇଁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଶନିବାର ଓ ରବିବାର ଛୁଟି ବାତିଲ କରିଛନ୍ତି ଗଜପତି ଜିଲ୍ଲାପାଳ । ବିନା ଅନୁମତିରେ ହେଡକ୍ବାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବାତ୍ୟାକୁ ନେଇ ସମସ୍ତେ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିଛନ୍ତି । ସୂଚନା ଅନୁସାରେ, ଅବପାତ ପ୍ରଭାବରେ ଆଜି ୫୦ରୁ ୬୦ ଓ କାଲି ୭୦ରୁ ୮୦ କିମି ବେଗରେ ପବନ ବହିପାରେ ।ଏଣୁ ଏହି ପରିସ୍ଥିତିର ମୁକାବିଲା କରିବା ଲାଗି ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓଙ୍କୁ ସଜାଗ କରାଯାଇଥିବା କହିଛନ୍ତି କୁଲାଙ୍ଗେ ।

ଅନ୍ୟମାନଙ୍କୁ ଜଣାନ୍ତୁ।