You are currently viewing ଦୋଳ ଓ ହୋଲି ପାଇଁ ଲାଗିଲା କଟକଣା

ଦୋଳ ଓ ହୋଲି ପାଇଁ ଲାଗିଲା କଟକଣା

କଟକ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି କଟକ ପୋଲିସ ପକ୍ଷରୁ ମେଲଣ ଓ ହୋଲି ପାଇଁ କଟକଣା ଲାଗୁ କରାଯାଇଛି । ଆଗକୁ ଦୋଳ ଓ ହୋଲି ଆସୁଥିବାରୁ ବ୍ୟାପକ କରୋନା ସଂକ୍ରମଣକୁ ରୋକିବା ପାଇଁ କଟକଣା ଜାରି କରାଯାଇଛି । ସର୍ବାଧିକ ୨୦୦ ଲୋକକୁ ନେଇ ନିରାଡ଼ମ୍ବର ଭାବରେ ଦୋଳ ମେଳଣ ହେବ । ପ୍ରତି ବିମାନରେ ସର୍ବାଧିକ ୧୦ ଜଣ ଲୋକ ରହିବାକୁ ଅନୁମତି ଦିଆଯାଇଛି । ଶୋଭାଯାତ୍ରା, ଡିଜେ, ମାଇକ ଓ ବାଜା କରି ଜନଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଳଣ ପଡ଼ିଆରେ ଲଉଡ଼ି ଖେଳ, ସାଂସ୍କୃତିକ କାର‌୍ୟ୍ୟକ୍ରମକୁ ବାରଣ କରାଯାଇଛି । ରାସ୍ତା ଓ ସର୍ବସାଧାରଣ ସ୍ଥାନରେ ଜନଗହଳି କରି ହୋଲି ଖେଳିବାକୁ ମଧ୍ୟ ମନା କରାଯାଇଛି । ଘରେ ରହି ହୋଲି ଖେଳିବାକୁ କମିସନରେଟ ପୋଲିସ ପରାମର୍ଶ ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।