You are currently viewing ୮ଟି ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ 

୮ଟି ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ 

ଅନୁଗୁଳ(ଏଏନଏସ) ୧୯.୧୨.୨୦୨୧, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି। ଘଟଣାରେ ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି STF। ତା ପାଖରୁ ୮ ଟି ଦେଶୀ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଗିରଫ ବନ୍ଧୁକ ବେପାରୀ ଜଣକ ରତ୍ନାକର କାଲଟା ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଛେଣ୍ଡିପଦା ଅଞ୍ଚଳରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ବିକ୍ରି ହେଉଥିବାର ଏସଟିଏଫ୍‌କୁ ସୂଚନା ମିଳିଥିଲା । ପରେ ଅନୁଗୁଳ ଛେଣ୍ଡିପଦା ପୋଲିସ ସହାୟତାରେ ଏସଟିଏଫ୍ କେରଜାଙ୍ଗ ଗାଁରେ ଚଢାଉ କରିଥିଲା। ଚଢାଉ ବେଳେ ଏକ ଘରୁ ୮ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲା ସରପାଲି ଅଞ୍ଚଳରେ ହୋଇଥିବା ଜଣାପଡିଛି । ଏନେଇ ଛେଣ୍ଡିପଦା ଥାନାରେ ମାମଲା ରୁଜୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।