You are currently viewing ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୨୦/୦୧: ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ କେହି ନୁହଁନ୍ତି ହତ୍ୟାକାରୀ । ହତ୍ୟାକାଣ୍ଡର ପ୍ରାୟ ୯ବର୍ଷ ପରେ ଆଶ୍ଚର୍ଯ୍ୟ କରିବା ଭଳି ରାୟ ଦେଇ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୈାରାଜଜ୍ । ତେବେ କିଭଳି ହତ୍ୟାକାରୀ ଖସିଗଲେ ଏନେଇ ପ୍ରଶ୍ନ ଉଠାଇଛନ୍ତି ଗୁନ ସିଂହାରୀଙ୍କ ମା । ଅନ୍ୟପଟେ କେମିତି ଅଭିଯୁକ୍ତମାନେ ଖସିଗଲେ, କାହିଁକି ପ୍ରମାଣ ମିଳିଲାନି, ପୁଲିସ କିଭଳି ତଦନ୍ତ କରିଥିଲା, ଦାଖଲ ହୋଇଥିବା ଚାର୍ଜସିଟରେ ବିସ୍ତୃତ ତଥ୍ୟ ନଥିଲା କି? ଏସବୁକୁ ନେଇ ଉଠିଛି ପ୍ରଶ୍ନ..

ସୂଚନା ଅନୁଯାୟୀ ୨୦୧୨ ଅଗଷ୍ଟ ୨୨ କାଉନସିଲର ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବରିଷ୍ଠ ସେବାୟତ ତଳୁଛ ଭଗବାନ ମହାପାତ୍ର ଓରଫ୍ ଗୁନ ସିଂହାରୀଙ୍କ ଉପରେ ମଣିକର୍ଣ୍ଣିକା ସାହିରେ ହୋଇଥିଲା ଗୁଳିବର୍ଷଣ । ଯାହା ତାଙ୍କ ଜୀବନ ନେଇଯାଇଥିଲା । ତେବେ କାହିଁକି ଗୁନଙ୍କ ଉପରେ ଗୁଳି ବର୍ଷିଥିଲା, ଆଉ ଏହା ପଛରରେ କେଉଁମାନେ ଥିଲେ, ଏହାକୁ ନେଇ ବେଶ ଖୋଳତାଡ ହୋଇଥିଲା । ରାଜନୀତି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁନ ଯେଉଁ ପ୍ରଭାବ ବିସ୍ତାର କରିଥିଲେ, ତାହା ତାଙ୍କ ଜୀବନ ନେଇଥିବା  କୁହାଯାଉଥିଲା ।

ଗୁନଙ୍କ ହତ୍ୟା ପଛରେ ମହେଶ୍ୱର ମହାନ୍ତି ଓ ପିନାକୀ ମିଶ୍ରଙ୍କୁ ବିବାଦ ଘେରକୁ ଟାଣିଥିଲେ ଗୁନ ସିଂହାରୀଙ୍କ ମା । ସେ କହିଥିଲେ, ମହେଶ୍ୱରଙ୍କ ଇଙ୍ଗିତରେ ତାଙ୍କର ଅତି ଅନୁଗତ ହତ୍ୟା କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଆଇନଗତ ସୁରକ୍ଷା ଦେଉଛନ୍ତି ପିନାକୀ ମିଶ୍ର । ଅନ୍ୟପଟେ ରାଜନୈତିକ ଓ ବ୍ୟବସାୟିକ କାରଣ ପାଇଁ ଯେଉଁ ଗୁଳି ଫୁଟିଥିଲା ତାହା ସିନା ଗୁନ ସିଂହାରୀଙ୍କ ଜୀବନ ନେଲା, ହେଲେ ଏହା ପରର ଘଟଣାକ୍ରମକୁ ମଧ୍ୟ ବେଶ ବିବାଦୀୟ କରିଦେଇଥିଲା । ଯାହାର ପ୍ରଭାବ ତତ୍‌କାଳୀନ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପରେ ପଡିଥିଲା । ୨୦୧୪ ଫେବୃୟାରୀରେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ, ଯାହା ତାଙ୍କୁ ଗୁରୁତର କରିଦେଇଥିଲା । କିଛି ଦିନ ଭିତରେ ୫ ଜଣ ଅପରାଧୀଙ୍କୁ ଗିରଫ କରିଛି ବୋଲି  ପୁଲିସ କହିଥିଲା । ଏହାପରେ ଗୁନ ସିଂହାରୀଙ୍କ ହତ୍ୟାର ବଦଲା ନେବାକୁ ମହେଶ୍ୱରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।