You are currently viewing ସମ୍ବଲପୁରରେ ହନୁମାନ ଜୟନ୍ତୀ  ଶୋଭାଯାତ୍ରାରେ ପୁଲିସ ଉପସ୍ଥିତିରେ ହିଂସାକାଣ୍ଡ 

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପୁଲିସ ଉପସ୍ଥିତିରେ ହିଂସାକାଣ୍ଡ 

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର (ଏଏନଏସ)୧୫/୦୪, ହନୁମାନ ଜୟନ୍ତୀ ଅବସରରେ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ତେବେ ଶୋଭାଯାତ୍ରା ସମୟରେ କିଛି ସ୍ଥାନରେ ଉତେଜନା ଦେଖିବାକୁ ମିଳିଛି । ଜିଲ୍ଲା ସ୍କୁଲ ଛକରେ ପୁଲିସ ଉପସ୍ଥିତିରେ କିଛି ଘର ଉପରକୁ ପଥର ମାଡ ହୋଇଥିଲା । ସେହିପରି ଗୋଲ ବଜାର ଛକରେ ଫଳ ଦୋକାନରେ କିଛି ଅସାମାଜିକ ଯୁବକ, ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ପୁଲିସ ଓ ଅଗ୍ନିଶମବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ପବିତ୍ର ହନୁମାନ ଜୟନ୍ତୀରେ ଧନକଉଡା. ବରଗଛପଡା, ସୁନାପାଲି, ଗୋବିନ୍ଦତୋଳା, ବଡବଜାର, ଶାନ୍ତିନଗର ସହ ବହୁ ସ୍ଥାନରୁ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ୨୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ପୁଲିସ ଉପସ୍ଥିତିରେ ଶୋଭାଯାତ୍ରା ହୋଇଥିଲେ ମଧ୍ୟ କିଛି ସ୍ଥାନରେ ଉତେଜନା । ସେପଟେ ଚାପା ଉତେଜନା ଭିତରେ ସରିଛି ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା । ୪୮ ଘଂଟିଆ ଇନରନେଟ୍ ବ୍ୟାନ ଭିତରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହୋଇଥିଲା । ୧୪୪ ଧାରା ଜାରି କରି କଡା ପୋଲିସ ସୁରକ୍ଷା ମଧ୍ୟରେ ବିଭିନ୍ନ ପଡାରୁ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା । କଟକଣା ସତ୍ୱେ ହନୁମାନ ଜୟନ୍ତୀରେ ଅଭୂତପୂର୍ବ ଶୋଭା ଯାତ୍ରା ବାହାରିଥିଲା, ସାମିଲ ହୋଇଥିଲେ ହଜାର ହଜାର ଯୁବକ ଓ ମହିଳା ଭକ୍ତ । ପୋଲିସ ଛାଉଣୀ ଭିତରେ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରିବା ସହ ଶୃଙ୍ଖଳା ରକ୍ଷା କରିବାକୁ ୪୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ହନୁମାନ ଜୟନ୍ତୀ ବାଇକରାଲି ଉପରେ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଗୁରୁବାର ପୁଲିସ ୨୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶୁକ୍ରବାର ଆହୁରି ୬ ଜଣଙ୍କୁ ଗିରଫ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।