Heat-wave

ସକାଳୁ ସକାଳୁ ପ୍ରବଳ ଖରା, ଅସ୍ତବ୍ୟସ୍ତ ଜନଜୀବନ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ସାରା ଓଡିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢେ ୮ଟା ସୁଦ୍ଧା ୭ଟି ସହରରେ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୧.୬ ଡିଗ୍ରୀ ଉପରେ ପାରଦ ରହିଥିବା ବେଳେ ବାଲେଶ୍ୱର, ଝାରସୁଗୁଡା, ସମ୍ବଲପୁର, ପୁରୀରେ ୩୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ସେହିଭଳି ରାଉରକେଲା ଓ ପାରାଦୀପରେ ୩୦ ଡିଗ୍ରୀ, ହୀରାକୁଦ ଓ ଗୋପାଳପୁରରେ ୨୯ ଡିଗ୍ରୀ  ତାପମାତ୍ରା ରହିଛି। ଅନ୍ୟପଟେ ଆହୁରି ଦୁଇଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।