You are currently viewing ଆଜି ପ୍ରବଳ ବର୍ଷା; ୩ ଜିଲ୍ଲାକୁ ଅରେଞ୍ଜ ୱାଣ୍ଡିଂ

ଆଜି ପ୍ରବଳ ବର୍ଷା; ୩ ଜିଲ୍ଲାକୁ ଅରେଞ୍ଜ ୱାଣ୍ଡିଂ

ଭୁବନେଶ୍ୱର (ଏଏନ୍ଏସ୍): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବ ବୋଲି ଭୁବେନଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଳାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଅର୍ଥାତ୍ ୭୦-୨୦୦ ମିମି ଯାଏ ବର୍ଷା ସମ୍ଭାବନା ରହିଛି।

ସେହିପରି ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ବରଗଡ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି , ସୁବର୍ଣ୍ଣପୁର ଓ ସମ୍ପଲପୁର ଆଦି ଜିଲ୍ଲାରେ ୭୦ରୁ ୧୧୦ମିମି ବର୍ଷା ସମ୍ଭବନା ରହିଛି। ଏହି ସବୁ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାଣ୍ଡିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟମାନଙ୍କୁ ଜଣାନ୍ତୁ।