You are currently viewing ୨୧ ଯାଏଁ ଲାଗିରହିବ ପ୍ରବଳ ବର୍ଷା

୨୧ ଯାଏଁ ଲାଗିରହିବ ପ୍ରବଳ ବର୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୯/୦୯, ଅଧିକ ଘନୀଭୂତ ହେଉଛି ଲଘୁଚାପ । ଏହାର ପ୍ରଭାବରେ ଆଜିଠାରୁ ବଢିପାରେ ବର୍ଷାର ପରିମାଣ । ଫଳରେ ୨୧ ତାରିଖ ଯାଏଁ ରାଜ୍ୟରେ ଲାଗିରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା । ଅତି ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ୟୋଲୋୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟୋଲୋୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ତିନି ଦିନ ବର୍ଷା ଲାଗି ରହିବା ପରେ ଆସନ୍ତା ୨୨ ତାରିଖରୁ ବର୍ଷାର ପରିମାଣ କମିବ ବୋଲି କହିଛି ପାଣିପାଗ ବିଭାଗ । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସ୍ଥାନମାନଙ୍କରେ ଭୂସ୍ଖଳନ ହେବା ସହ ମାଟି ଅତଡା ଖସିବାର ସମ୍ଭାବନା ଅଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।