You are currently viewing ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ହେଲିକପ୍ଟର ଅଭ୍ୟାସ

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ହେଲିକପ୍ଟର ଅଭ୍ୟାସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (2.5.23):ଦିନକ ପରେ ନିଜ ଗାଁ ଆସୁଛନ୍ତି ମହାମହିମ । ସେଥିପାଇଁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର । ଏହା ପୂର୍ବରୁ ଶିମିଳିପାଳ ଅସ୍ଥାୟୀ ହେଲିପ୍ୟାଡରେ ମକଡ୍ରିଲ୍ କରୁଛି ବାୟୁସେନା । ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ନିଜ ଗାଁ ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଯିବେ ମହାମହିମ । ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି ।ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ । ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା । ରାଷ୍ଟ୍ରପତି ନିଜ ସ୍କୁଲ ଏସଏଲଏସ ସ୍ମାରକୀ ବିଦ୍ୟାଳୟ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟାଳୟରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏସଏଲଏସ ବିଦ୍ୟାଳୟରେ ମହାମହିମଙ୍କ ଦୁଇ ପୁଅ ଓ ସ୍ୱାମୀଙ୍କ ସ୍ମାରକୀକୁ ନୂଆ ରଙ୍ଗ ରୂପ ଦିଆଯାଉଛି । ଖରା ବର୍ଷାକୁ ଖାତିର ନକରି ସମସ୍ତ ଗ୍ରାମବାସୀ ମହାମହିମଙ୍କ ସ୍ୱାଗତ ପାଇଁ କାମରେ ଲାଗି ପଡ଼ିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।