You are currently viewing ହିନ୍ଦୋଳ ବନାଞ୍ଚଳରେ ଆଭେନ୍ୟୁପ୍ଲାଣ୍ଟେସନ ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ

ହିନ୍ଦୋଳ ବନାଞ୍ଚଳରେ ଆଭେନ୍ୟୁପ୍ଲାଣ୍ଟେସନ ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ

ଢେଙ୍କାନାଳ, ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ ରେ ଆଭେନ୍ୟୁପ୍ଲାଣ୍ଟେସନ ଯୋଜନାରେ ବିଗତ 2018 -2019 ଆର୍ଥିକ ବର୍ଷରେ ଏହି ବନାଞ୍ଚଳରେ କେଉଁ କେଉଁ ସ୍ଥାନରେ ଆଭେନ୍ୟୁପ୍ଲାଣ୍ଟେସନ ରେ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି, ତଥ୍ୟ ସୂଚନା ଆଇନରେ ଆବେଦନ କରାଯାଇଥିଲା । ଏଥି ପାଇଁ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ତଥ୍ୟ ସୂଚନା ଆଇନରେ ଆବେଦନ କରାଯାଇଥିଲା ।

ପାଞ୍ଚମାଇଲ ଛକ ନୂଆବଗ ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯାଇଛି ନୂଆବଗ ଠାରୁ ବାହାଲୁଣ୍ଡା ପର୍ଯ୍ୟନ୍ତ ରାସ୍ତା ପାଖରେ ଗଛ ନାହିଁ କି ଗୁରୁଡ଼ା ନାହିଁ । 25.09.2020 ରିଖରେ ଚିଠି ନମ୍ବର 1213 ରେ ହସ୍ତଗତ ତଥ୍ୟରୁ ପାଞ୍ଚମାଇଲ ବିଟ ଠାରୁ ନୂଆବଗ ଗ୍ରାମ ଦେଇ ବାହାଲୁଣ୍ଡା ଛକ ପର୍ଯ୍ୟନ୍ତ ଏହି ଯୋଜନାରେ ବୃକ୍ଷ ରୂପଣ ପାଇଁ 4 ଲକ୍ଷ 75 ହଜାର 900 ଟଙ୍କା ଅଟକଳ କରାଯାଇଥିବା ଉଲେଖ ରହିଛି ।

ପ୍ରକୃତ ପକ୍ଷେ ବୃକ୍ଷ ରୂପଣ କାର୍ଯ୍ୟ ପାଇଁ ପାଞ୍ଚମାଇଲ ଛକଠାରୁ ଏକ ପାର୍ଶ୍ୱ ପର୍ଯ୍ୟନ୍ତ କରାଯାଇଛି । ମାତ୍ର ତା ପରଠାରୁ ବାହା ଲୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ହେଲେ ଗଛର ଚି଼ହ୍ନ ବର୍ଣ୍ଣ ନାହିଁ, କି ଗୁରୁଡ଼ା ମଧ୍ୟ କରାଯାଇନାହିଁ । ସ୍ଥାନେ ସ୍ଥାନେ ଗୋଟିଏ ଦୁଇଟି ପୁରୁଣା ଛାଖୁଣ୍ଡା ବୃକ୍ଷ ରହିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ଅଟକଳ ଅର୍ଥ ମଧ୍ୟରୁ ତିନି ଭାଗ ଅର୍ଥ ଚଳୁ କରାଯାଇଛି ।

ଏଥିରୁ ଯୋଜନାର ସଫଳତା କେତେ ଆଗେଇଛି, ସହଜରେ ବୁଝାପଡୁଛି । ଯୋଜନାର କାର୍ଯ୍ୟ କାରିତା ଅଫିସ ଫାଇଲ ମଧ୍ୟରେ ଦୃଷ୍ଟି ଆଢୁଆଳରେ ରହିଯାଇ ଥିବାରୁ ଏହାର ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରନ୍ତା ଦାବି ହେଉଛି । ଏ ସଂକ୍ରାନ୍ତ ରେ ଆମ ପ୍ରତିନିଧି ରେଞ୍ଜ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।