You are currently viewing ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ

ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ

ଭୁବନେଶ୍ୱର-୨୩.୦୯.୨୦୨୧, ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢ଼ିୁଛି ଜଳସ୍ତର। ଏହା ଯୋଗୁଁ ହୀରାକୁଦରେ ଖେଲିଲା ଆଉ ୪ଟି ଗେଟ୍। ବର୍ତ୍ତମାନ ୧୨ଟି ଗୋଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ ଜଳ ନିଷ୍କାସିତ ହେଉଛି ।
ସୂଚନା ମୁତାବିକ, ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ୍‌ ରହିଛି । ସେପଟେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୦ ହଜାର ୪୧୯ କ୍ୟୁସେକ୍‌ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨, ୨୦, ୪୧୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।