You are currently viewing ଓଡ଼ିଶାରେ ହେବ ଜୁନିଅର ହକି ବିଶ୍ବକପ୍

ଓଡ଼ିଶାରେ ହେବ ଜୁନିଅର ହକି ବିଶ୍ବକପ୍

ଭୁବନେଶ୍ୱର-୨୩.୦୯.୨୦୨୧, ଓଡ଼ିଶାରେ ହେବ ଜୁନିଅର ପୁରୁଷ ହକି ବିଶ୍ବକପ୍ ।ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଦ୍ୱାଦଶତମ ଜୁନିୟର୍ ହକି ବିଶ୍ୱକପ୍ । ଲୋକସେବା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଘୋଷଣା କରିବା ସହ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ ମ୍ୟାଚ୍ ଚାଲିବ । କରୋନା କଟକଣା ପାଇଁ କଳିଙ୍ଗ ଷ୍ଟାଡିୟମ୍ ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଅଧିକାର ମିଳିଛି । ଏହା ପ୍ରଥମେ ଆସାମର ସୌଦାବୀରରେ ଆୟୋଜିତ ହେବାର ଥିଲା ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ଆୟୋଜିତ ହୋଇଥିବାବେଳେ ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।