You are currently viewing ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର -୨୪.୦୫.୨୦୨୧, ଓଡିଶା ମୁହାଁ ହେଉଛି ବାତ୍ୟା ୟାସ । ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟାସ ପାରାଦୀପ ଏବଂ ସାଗର ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବ । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁସାରେ ଲ୍ୟାଣ୍ଡଫଲ ବେଳେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏହାର ପ୍ରଭାବ ଉତ୍ତର ଓଡିଶାରେ ବେଶି ରହିବ । ବାତ୍ୟା ‘ୟାସ’ର ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୩୧ ଯାଏ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି କର୍ମଚାରୀ ମୁଖ୍ୟାଳୟରେ ଛାଡି ପାରିବେନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅତି ଜରୁରୀ ଥିଲେ ବିଭାଗୀୟ ଅଧିକାରୀଙ୍କ ଅନୁମତିରେ କର୍ମଚାରୀ ଛୁଟି ନେଇହେବ ।ଏହାସହ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ।

ଅନ୍ୟମାନଙ୍କୁ ଜଣାନ୍ତୁ।