Odisha-Assembly

ବିଧାନସଭା ଅଧିବେଶନର ତୃତୀୟ ଦିନ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ):  ବିଧାନସଭା ଅଧିବେଶନର ତୃତୀୟ ଦିନ ଗୃହ ଆରମ୍ଭରୁ ହୋହଲ୍ଲା। ଆଜି ବି ଚାଲି ପାରିଲାନି ପ୍ରଶ୍ନକାଳ। ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରଖାଯାଇଛି। ଆଦିବାସୀ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟରେ ନିଷ୍ପତ୍ତି ଏବଂ ସ୍ଥଗିତ ଘଟଣାକୁ ନେଇ ହୋହଲ୍ଲା କରିଥିଲେ ବିରୋଧୀ। ଏହି ପ୍ରସଙ୍ଗରେ ବିରୋଧୀ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ। ଯାହାଫଳରେ ଗୃହ କାର୍ଯ୍ୟ ଚାଲି ନପାରିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ବାଚସ୍ପତି ।

ଅନ୍ୟମାନଙ୍କୁ ଜଣାନ୍ତୁ।