You are currently viewing ବିଧାନସଭାରେ ଶାସକ ଓ ବିରୋଧୀ ଦଳ ପୁଣି ମୁହାଁମୁହିଁ,୧୧ଟା ୩୦ ଯାଏ ମୁଲତବୀ

ବିଧାନସଭାରେ ଶାସକ ଓ ବିରୋଧୀ ଦଳ ପୁଣି ମୁହାଁମୁହିଁ,୧୧ଟା ୩୦ ଯାଏ ମୁଲତବୀ

ଭୁବନେଶ୍ୱର, ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମଣ୍ଡି ଅବ୍ୟବସ୍ଥା ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଲଗାତାର ଚତୁର୍ଥ ଦିନରେ ଶାସକ ଦଳ ଓ ବିରୋଧୀ ଦଳ ଗୃହ ମଧ୍ୟରେ ହଟ୍ଟଗୋଳ କରିଛନ୍ତି । ଏହି ପରିସ୍ଥିତିରେ ଗୃହ ଚାଲିବା ସମ୍ଭବପର ହୋଇପାରୁନାହିଁ । ଏନେଇ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଅନ୍ୟମାନଙ୍କୁ ଜଣାନ୍ତୁ।