You are currently viewing ଅଗଷ୍ଟ ୧ରେ ଆନ୍ଦୋଳନ ନେଇ ଚେତାବନୀ ଦେଲେ ହାଉସ୍ ସର୍ଜନ : ସିଏସସି କମିସନରଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା

ଅଗଷ୍ଟ ୧ରେ ଆନ୍ଦୋଳନ ନେଇ ଚେତାବନୀ ଦେଲେ ହାଉସ୍ ସର୍ଜନ : ସିଏସସି କମିସନରଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା

  • Post category:ଓଡିଶା
  • Reading time:1 mins read

ଏଏନଏସ : ଅଗଷ୍ଟ ୧ରେ ଆନ୍ଦୋଳନକୁ ଓହ୍ଲାଇବେ ହାଉସ୍ ସର୍ଜନ । ନସିଂ ଅଫିସର ଓ ହାଉସ ସର୍ଜନଙ୍କ ବିବାଦ ବଢିବାରେ ଲାଗିଛି । ସିଏସସି କମିସନରଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ହାଉସ୍ ସର୍ଜନ । ରିପୋର୍ଟ ଆସିବା ପରେ ଆବଶ୍ୟାକ ପଦକ୍ଷେପ ଗ୍ରହଣ କରାନଗଲେ ଅଗଷ୍ଟ ୧ରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ହାଉସ୍ ସର୍ଜନ । ଏମିତିକି ଜରୁରୀକାଳୀନ କାର୍ଯ୍ୟ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କଟକ ବଡ ମେଡିକାଲରେ ଜୁଲାଇ ୧୬ରେ ଉଭୟ ହାଉସ୍ ସର୍ଜନ ଓ ନସିଂ ଅଫିସରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଉଭୟ ଗୋଷ୍ଠି ମଧ୍ୟରେ ଉତ୍ତେଜନା ହୋଇଥିଲା । ଏହି ଘଟଣାକୁ ନେଇ ଏବେ  ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।