You are currently viewing ୨୯ରେ ଘୂର୍ଣ୍ଣିବଳୟ; ଲଘୁଚାପ ସମ୍ଭାବନା

୨୯ରେ ଘୂର୍ଣ୍ଣିବଳୟ; ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (ଏଏନ୍ଏସ): ସେପ୍ଟେମ୍ବରରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବେଳେ ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଭଲ ବର୍ଷାର ସମ୍ଭାବନା ରହିଛି। ସେପ୍ଟେମ୍ବର ଶେଷ ଆଡ଼କୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଓ ଲଘୁଚାପ ସମ୍ଭାବନା ଥିବାରୁ ଅକ୍ଟୋବର ପ୍ରଥମ ସପ୍ତାହରେ ଭଲ ବର୍ଷାର ସମ୍ଭାବନା ରହିଛି।

 ଏଣେ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି।ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ୱର ୨୯ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। 

ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନିଭୂତ ହେବାର ପାଗ ଅନୁକୂଳ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।