You are currently viewing ବରିଷ୍ଠ ଆଇଏଏସ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ

ବରିଷ୍ଠ ଆଇଏଏସ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର-୧୯.୦୬.୨୦୨୧, ବରିଷ୍ଠ IAS ଅଫିସର ତଥା DPIIT ସଚିବ ଗୁରୁ ପ୍ରସାଦ ମହାପାତ୍ରଙ୍କ ପରଲୋକ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୯୮୬ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ୍ ଅଧିକାରୀ ହେଉଛନ୍ତି ଗୁରୁପ୍ରସାଦ । । ସେ ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ କନିଷ୍ଠ ପୁତ୍ର । ଡକ୍ଟର ଗୁରୁପ୍ରସାଦ ମହାପାତ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଭାରତୀୟ ବିମାନ ପତ୍ତନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପ୍ରମୁଖ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।