You are currently viewing ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ : ସରକାରୀ କର୍ମଚାରୀଙ୍କ ମୃତ ପରେ ପରିବାରକୁ ମିଳିବ ଅନୁକମ୍ପାମୂଳକ ନିଯୁକ୍ତି

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ : ସରକାରୀ କର୍ମଚାରୀଙ୍କ ମୃତ ପରେ ପରିବାରକୁ ମିଳିବ ଅନୁକମ୍ପାମୂଳକ ନିଯୁକ୍ତି

  • Post category:ଓଡିଶା
  • Reading time:1 mins read

ଏଏନଏସ : ହାଇକୋର୍ଟଙ୍କ ଗୁରିତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ । ମୃତ ସରକାରୀ କର୍ମଚାରୀଙ୍କ ପତ୍ନୀ ବଞ୍ଚିଥିଲେ ମଧ୍ୟ ତାଙ୍କ ପୁଅକୁ ଆଇନ, ଅନୁସାରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯାଇପାରିବ । ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି ।

ମାମଲା ଅନୁଯାୟୀ, ଆବେଦନକାରୀଙ୍କ ବାପା ଭୁବନେଶ୍ୱର ସତ୍ୟନଗରରେ ଥିବା କୃଷି ବିଭାଗର କାର୍ଯ୍ୟନିର୍ବାହୀ ଯାନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ୨୦୧୧ ଜୁଲାଇରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ତାଙ୍କ ପୁଅ ଆବେଦଲକାରୀ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ । କିନ୍ତୁ ମୃତ କର୍ମଚାରୀଙ୍କ ପତ୍ନୀ ବଞ୍ଚିଥିବାରୁ ତାଙ୍କ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇ ସରକାର ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଏହାପରେ ମାମଲା ବିଚାର ପାଇଁ ହାଇକୋର୍ଟକୁ ସ୍ଥାନାନ୍ତାର ହୋଇଥିଲା ।

ଏହାପରେ ହାଇକୋର୍ଟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ରାୟକୁ ରଦ୍ଦ କରିବା ସହିତ ଆବେଦନକାରୀଙ୍କୁ ପ୍ରଚଳିତ ଆଇନ ଅନୁସାରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ କୃଷି ବିଭାଗ ସଚିବଗ କରି ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।