You are currently viewing ଅବଳା କି ଦୁର୍ବଳା ନୁହେଁ; ନାରୀ ଶକ୍ତି, ସ୍ୱରୂପିଣୀ ଓ ସ୍ୱୟଂସିଦ୍ଧା

ଅବଳା କି ଦୁର୍ବଳା ନୁହେଁ; ନାରୀ ଶକ୍ତି, ସ୍ୱରୂପିଣୀ ଓ ସ୍ୱୟଂସିଦ୍ଧା

ନୂଆଦିଲ୍ଲୀ -୦୮/୦୩, ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ନାରୀ ଅବଳା କି ଦୁର୍ବଳା ନୁହେଁ, ନାରୀ ସଶକ୍ତ, ସମର୍ଥ ଓ ସ୍ୱୟଂ ସିଦ୍ଧା । ନାରୀ ସମାଜରେ ସମାନତା ଚାହେଁ। ପାଦକୁ ପାଦ ମିଳାଇ ପୁରୁଷ ସହ ଚାଲିବାକୁ ଚାହେଁ । ଲିଙ୍ଗ ସମାନତା ହାସଲ ଦିଗରେ ହୋଇଥିବା ଉନ୍ନତି ଓ ମହିଳା ସଶକ୍ତୀକରଣର ସମୀକ୍ଷା କରି ବିଶ୍ବବ୍ୟାପୀ ମହିଳାଙ୍କ ସମାନ ଅଧିକାର ପ୍ରଦାନକୁ ତ୍ବରାନ୍ବିତ କରିବା ଏହି ଦିବସର ମହତ ଉଦ୍ଦେଶ୍ୟ। ନାରୀ ହେଉଛି ଶକ୍ତି, କେବେ ଝିଅ ହୋଇ ବାପା-ଭାଇ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିଥାଏ ତ କେବେ ସ୍ତ୍ରୀ-ବୋହୂ ହୋଇ ନିଜର ସବୁ ଇଚ୍ଛାକୁ ଜଳାଞ୍ଜଳି ଦେଇ ଅନ୍ୟର ଖୁସିରେ ଖୁସି ହୋଇଥାଏ । ଆଉ କେବେ ମାତୃତ୍ୱର ଗର୍ଭ ଯନ୍ତ୍ରଣା ସହି ନିଜ ସନ୍ତାନ ପାଇଁ ସବୁ ସୀମା ପ ପାର କରିଦେଇଥାଏ । ଏହି ସବୁ ଚରିତ୍ର ଭିତରେ ନିଜକୁ ହଜାଇ ଦେଇ ଦୃଢ ଇଚ୍ଛା ଶକ୍ତିରେ ଆଗକୁ ବଢି ଚାଲିଥାଏ ନାରୀ ।


ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ମହିଳାଙ୍କ ଅବଦାନ ଖୁବ ବେଶି । ପୁରୁଷ ଓ ମହିଳା କେହି କାହାଠୁ ଆଗୁଆ କି ପଛୁଆ ନୁହନ୍ତି । ସବୁ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳା ସମାନ ଭାବେ ସଫଳ । ଟେକ୍ନୋଲୋଜି, ଉଦ୍ଭାବନ କ୍ଷେତ୍ରରେ ନାରୀ ଆଜି ଅଗ୍ରଣି ଭୂମିକା ନିର୍ବାହ କରୁଛି । ଏସବୁ ସତ୍ତ୍ୱେ କିଛି ଲୋକଙ୍କ ମନରୁ ଲିଙ୍ଗ ମତଭେଦ ଭଳି ବିକୃତ ଭାବନା ଦୂରେଇ ପାରୁ ନାହିଁ ।
ୟୁନେସ୍କୋର ତଥ୍ୟ ଅନୁଯାୟୀ ୧୯୦୯ ଫେବ୍ରୁଆରି ୨୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା । ୧୯୧୭ରେ ରୁଷିଆର ମହିଳାମାନେ ମାର୍ଚ୍ଚ ୮ରେ ନିଜର ଅଧିକାର ପାଇଁ ଆନ୍ଦୋଳନ କରିଥିଲେ ଯାହାର ଫଳସ୍ବରୂପ ସେମାନଙ୍କୁ ଭୋଟଦାନର ଅଧିକାର ମିଳିଥିଲା। ତେବେ ୧୯୭୫ରେ ମାର୍ଚ୍ଚ ୮ରେ ଜାତିସଂଘ ପ୍ରଥମ ଥର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲା ।


ତେବେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମହିଳା ମାନଙ୍କୁ ସମ୍ମାନ ଜଣାଇ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ଏ ବର୍ଷ ର ଥିମକୁ ଆଧାର କରି ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ସେ ବାଲୁକା କଳା ମାଧ୍ୟମରେ ସହିତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ପକ୍ଷପାତ ନକରି ସମ ଦୃଷ୍ଟିରେ ଦେଖିବା ସହିତ ନାରୀମାନଙ୍କର ସମାଜରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।