journalist

କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ “ଅନ୍ତର୍ଜାତୀୟ ଶ୍ରମିକ ଦିବସ” ପାଳିତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନଭାଇ ସେବା ଭବନଠାରେ କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ “ଅନ୍ତର୍ଜାତୀୟ ଶ୍ରମିକ ଦିବସ” ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ବରେଣ୍ୟ ଅତିଥିଭାବେ ଦୂରଦର୍ଶନ କେନ୍ଦ୍ର ସମ୍ବାଦ ବିଭାଗର ପୂର୍ବତନ ବାର୍ତ୍ତା ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଓ ରାଜନୀତିକ ବିଶ୍ଳେଷକ ଅକ୍ଷୟ କୁମାର ସାହୁ, ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦ ଏବଂ ଏମବିସି ଟିଭିର ବାର୍ତ୍ତା ସମ୍ପାଦକ ଜୟଦେବ ବେହେରା ଯୋଗଦେଇଥିଲେ | ସଙ୍ଘର ରାଜ୍ୟ ସଭାପତି ମନୋଜ ଦାସ ଏଥିରେ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ବିବରଣୀ ପାଠ କରିଥିଲେ |

journalists ବରିଷ୍ଠ ସଦସ୍ୟ ରାମେଶ୍ୱର ଶତପଥୀ ଧନ୍ୟବାଦ ଦେଇଥିଲେ |  ସଙ୍ଘର ସାଧାରଣ ସମ୍ପାଦକ ରାଜକିଶୋର ସ୍ବାଇଁ ପିପିଲି ବାର ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସମାଜସେବୀ ରବୀନ୍ଦ୍ର ପଲାଇଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ସଙ୍ଘର କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ, ଉପସଭାପତି ବିନାୟକ ମିଶ୍ର, କୋଷାଧକ୍ଷ ସୁବାସ ସ୍ବାଇଁ, ସାଙ୍ଗଠନିକ ସମ୍ପାଦକ ଦୀପକ ମହାପାତ୍ର, ସମ୍ପାଦକ ସୁନାକାର ଦାସ ବରିଷ୍ଠ ସଦସ୍ୟ ଜୟକାନ୍ତ ରାଉତ, ଗଙ୍ଗାଧର ଦାଶ, ସୁକାନ୍ତ ମହାନ୍ତି, ଚନ୍ଦ୍ରମାଧବ ମିଶ୍ର,ଅଶୋକ ରାୟ ପ୍ରମୁଖ ଯୋଗଦେଇଥିଲେ |

ଅନ୍ୟମାନଙ୍କୁ ଜଣାନ୍ତୁ।