You are currently viewing ଫରେଷ୍ଟ ପାର୍କରେ ଯୋଗ ଦିବସ ପାଳନ

ଫରେଷ୍ଟ ପାର୍କରେ ଯୋଗ ଦିବସ ପାଳନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏ ଏନ୍ ଏସ୍)୨୧/୦୬, ସ୍ଥାନୀୟ ଫରେଷ୍ଟ ପାର୍କରେ ଯୋଗ ବିଜ୍ଞାନ ସଂସ୍ଥାନ ଆନୁକୂଲ୍ୟରେ ଅଷ୍ଟମ ବାର୍ଷିକ ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଯାଇଛି।ଯୋଗଗୁରୁ ନିହାର କାନ୍ତ ବିଶ୍ଵାଳଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଯୋଗଭ୍ୟାସ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଉଦ୍ଘାଟକ ରୂପେ ଯୋଗଦେଇ ମଣିଷ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ” ବିରଜା ଭୂମି ” ସମ୍ବାଦପତ୍ରର ସମ୍ପାଦକ ନିର୍ମଳ ସାମଲ, ଯୋଗସାଧକ ନିରଞ୍ଜନ ସାହୁ, ରସାନନ୍ଦ ସାହୁ, ଗୋପବନ୍ଧୁ ପଟ୍ଟନାୟକ,, ମଞ୍ଜୁଲତା ସାହୁ, ପ୍ରଣତି ମହାନ୍ତି, ମିନା ପ୍ରତାପ, ପ୍ରିୟବ୍ରତ ଛୋଟରାୟ, ବନମାଳି ମହାପାତ୍ର ଆର.କେ. ବସ୍ତିଆ, ପ୍ରେମାନନ୍ଦ ଦାଶ, ନାରାୟଣ କର, ନିରଞ୍ଜନ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।

ବକ୍ତାମାନେ ନିୟମିତ ଯୋଗଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ତଥା ଦୀର୍ଘ ଜୀବନ ସମ୍ପର୍କରେ ବହୁ ଉପାଦେୟ ସୂଚନା ଦେଇଥିଲେ।ଯୋଗ ଗୁରୁ ଲକ୍ଷ୍ମୀ ନାରାୟଣ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଆବାହିକା ପ୍ରଣତି ମହାନ୍ତି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।