You are currently viewing ‘*’ ଚିହ୍ନ ଥିବା ୫୦୦ ଟଙ୍କିଆ ନୋଟ ଅସଲି, ଏହା ଚଳିବ ବୋଲି କହିଲା ରିଜର୍ଭ ବ୍ୟାଙ୍କ

‘*’ ଚିହ୍ନ ଥିବା ୫୦୦ ଟଙ୍କିଆ ନୋଟ ଅସଲି, ଏହା ଚଳିବ ବୋଲି କହିଲା ରିଜର୍ଭ ବ୍ୟାଙ୍କ

ଏଏନ୍ଏସ୍: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ‘*’ ଚିହ୍ନ ଥିବା ୫୦୦ ଟଙ୍କିଆ ନୋଟକୁ ନେଇ ଅନେକ ଚର୍ଚ୍ଚା ହେଉଛି । କିଛି ଲୋକେ ଏହାକୁ ନକଲି ଏହା ଚଳିବ ନାହିଁ ବୋଲି ଅଭିଯୋଗ କରୁଥିଲେ । ମାତ୍ର ରିଜର୍ଭ ବ୍ୟାଙ୍କ ଏହା ଅସଲି ଟଙ୍କା ଏବଂ ଏହା ଚଳିବ ବୋଲି କହିଛି । ରିଜର୍ଭ ବ୍ୟାଙ୍କ ଏହି ନୂଆ ଟଙ୍କା ତିଆରି କରିଛି । ‘*’ ଚିହ୍ନ ଟଙ୍କା ବଜାର ସହ ବ୍ୟାଙ୍କରେ ଚଳିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

ଏହି ନୋଟରେ ‘*’ ଚିହ୍ନ ରହିଛି । ନମ୍ବର ବା ସଂଖ୍ୟା ମଝିରେ ଏହି ଚିହ୍ନ ରହିଛି । ଏହା ସମ୍ପୂର୍ଣ୍ଣ ଅସଲି ନୋଟ । ଆଗକୁ ସମସ୍ତ ୧୦ ଟଙ୍କିଆ ଠାରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ଯ୍ୟନ୍ତ ଏହି ‘*’ ଚିହ୍ନ ଥିବା ନୋଟ୍ ଆସିବ ବୋଲି ସୂଚନା ଦିଆଯାଇଛି ।

ଏବେ ତିନୋଟି ଅକ୍ଷର ପରେ ‘*’ ଚିହ୍ନ ଦିଆଯାଇଛି । ଏହା ରିପ୍ରିଣ୍ଟ ବା ଦ୍ୱିତୀୟଥର ପ୍ରିଣ୍ଟ ହୋଇଥିବା ନୋଟ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ରିପ୍ରିଣ୍ଟ ପାଇଁ ଏହି ନୂଆ ନୀତି ପ୍ରଣୟନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।