You are currently viewing ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

  • Post category:ଓଡିଶା
  • Reading time:1 mins read

ପୂରୀ (ଏ ଏନ୍ ଏସ)୧୩/୦୭ ପବିତ୍ର ବାହୁଡା଼ ଯାତ୍ରାରେ ସ୍ପଷ୍ଟ ଦିବାଲୋକରେ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ତଥା ମହାପ୍ରଭୁ ଜଗନ୍ନାଥ ଙ୍କ ସମ୍ମୁଖରେ ଓଡିଆ ଜାତିର ସର୍ବଶ୍ରେଷ୍ଠ ଯାତ୍ରା ରଥଯାତ୍ରାରେ RAF ଯବାନ ଜଣେ ମହିଳା ଭକ୍ତ ଙ୍କୁ ଅସଦାଚରଣ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରେ ସିଂହଦୁଆର ଥାନାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏତଲା ଦିଆଯାଇଛି। ସମଗ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇ ଥିବା ବେଳେ ଏହି ଗୋଟିଏ ଘଟଣା କଳଙ୍କ ସୃଷ୍ଟି କରିଛି। ତୁରନ୍ତ ଉକ୍ତ ଯବାନ କୁ ଗିରଫ କରାଯାଇ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।