trust

ମଳୟ ବିହାର ମହିଳା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ଆରମ୍ଭ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ |  ଦିନ ଦଶଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି | ରୋୖଦ୍ରତାପ ଯୋଗୁ ରାଜଧାନୀ ସହର ତତଲା କଡେଇରେ ସିଜୁଥିବା ବେଳେ BMC ତରଫରୁ ଅନେକ ଜାଗାରେ ଜଳଛତ୍ରମାନ ଖୋଲାଯାଇଛି | ଏଥିସହ ଅନେକ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ଜଳଛତ୍ର ଖୋଲାଯାଇଛି |

women trustସେହିପରି ରସୁଲଗଡ଼ ନିକଟସ୍ଥ ମଳୟ ବିହାର ମହିଳା ଟ୍ରଷ୍ଟ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଛି | ଏହି ଟ୍ରଷ୍ଟର ଅଧ୍ୟକ୍ଷା ସମାଜସେବୀ ସନ୍ଧ୍ୟାରାଣୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୋଲାଯାଇଥିବା ଏହି ଜଳଛତ୍ରରେ ଅନେକ ବାଟୋଇ ନିଜର ତୃଷ୍ଣା ମେଣ୍ଟାଉଥିବାର ଦେଖିବାକୁ ମିଳିଛି | ସୂଚନା ଥାଉ କି ଏହି ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ବର୍ଷ ବଖରାଦିନେ ଜଳଛତ୍ର କରିବା ସହ ବର୍ଷ ସାରା ଭିନ୍ନ ଭିନ୍ନ ସମାଜସେବା କାର୍ଯ୍ୟ କରିଥାନ୍ତି | 

ଅନ୍ୟମାନଙ୍କୁ ଜଣାନ୍ତୁ।