You are currently viewing ଜଳଯୋଗାଣ ବନ୍ଦ

ଜଳଯୋଗାଣ ବନ୍ଦ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର(ଏଏନଏସ)୨୯/୦୯, ୩ ମାସର ବକେୟା ଦରମା ପାଇନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏଲ୍‌ ଏଣ୍ଡ ଟି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ । କାର୍ଯ୍ୟବନ୍ଦ କରି ବ୍ରହ୍ମପୁର ସହରକୁ ପାନୀୟଜଳ ଯୋଗାଣ ବନ୍ଦ କରିଛନ୍ତି । ଏହାସହ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରଠାରେ ଥିବା ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ମଚାରୀ । ପୂର୍ବରୁ ଏଲ୍‌ ଏଣ୍ଡ ଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାର ପ୍ରତିବାଦରେ ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।