You are currently viewing ଜମ୍ମୁ-କାଶ୍ମୀରରେ  ଶ୍ରଦ୍ଧା ଘଟଣାର ପୁନରାବୃତ୍ତି

ଜମ୍ମୁ-କାଶ୍ମୀରରେ ଶ୍ରଦ୍ଧା ଘଟଣାର ପୁନରାବୃତ୍ତି

  • Post category:ଓଡିଶା
  • Reading time:1 mins read

ଜମ୍ମୁ କାଶ୍ମୀର ୧୦/୦୩, ଜମ୍ମୁ-କାଶ୍ମୀରରେ ଘଟିଛି ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା । ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ପ୍ରେମିକ ।

ମୃତ ମହିଳା ଡାକ୍ତର ସୁମେଧା ଶର୍ମା ଜମ୍ମୁ-କାଶ୍ମୀର ତାଲାବ ତିଲ୍ଲୋ ଇଲାକାର ବାସିନ୍ଦା । ହୋଇଥିବାବେଳେ ପ୍ରେମିତ ଡୋଡା ଜିଲ୍ଲା ଭଦ୍ରବାହ ଅଞ୍ଚଳର ବାସିନ୍ଦା । ହୋଲିରେ ଡାକ୍ତର ସୁମେଧା ତାଙ୍କ ପ୍ରେମିକଙ୍କ ପାଖକୁ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ହତ୍ୟା କରିଛି ପ୍ରେମିକ ଜୋହର ଗନଇ । ହତ୍ୟାର କାରଣ ଏଯାଏଁ ଜଣାପଡିନହିଁ । ତେବେ ସୋସିଆଲ ମିଡିଆରେ ଜୋହରର ଏକ ପୋଷ୍ଟକୁ ଦେଖି ତା’ର ସାଙ୍ଗମାନେ ତାକୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଫୋନ୍ ଲାଗିନଥିଲା । ଫଳରେ ପୁଲିସରେ ଖବର ଦେଇଥିଲେ । ପୁଲିସ ଯାଇ ଜମ୍ମୁ କାଶ୍ମୀର ସ୍ଥିତ ଜୋହରର ଘରେ ପହଞ୍ଚିବାବେଳକୁ ଘର ବାହାର ପଟୁ ବନ୍ଦ ଥିଲା । ଘର ଭାଙ୍ଗି ଦେଖିବା ବେଳକୁ ସୁମେଧାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ତଳେ ପଡିଥିବାବେଳେ ଗୁରୁତର ଅବସ୍ଥାରେ ଜୋହର ମିଳିଥିଲା । ଜୋହରକୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।