You are currently viewing ଜୀବନବିନ୍ଦୁ ରକ୍ତଦାନ ଶିବର ଅନୁଷ୍ଠିତ,୭୫ ୟୁନିଟ ରକ୍ତ ସଂଗ୍ରହ

ଜୀବନବିନ୍ଦୁ ରକ୍ତଦାନ ଶିବର ଅନୁଷ୍ଠିତ,୭୫ ୟୁନିଟ ରକ୍ତ ସଂଗ୍ରହ

  • Post category:ଓଡିଶା
  • Reading time:1 mins read

ଖଣ୍ଡପଡା(ଏଏନଏସ) ୧୧/୧୧: କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିସରରେ ବୁଧବାର ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟର ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମା ଅଧ୍ୟକ୍ଷ ଅରୂପ କୁମାର ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିଥିଲେ ।

ଶିବିରରେ ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଇଟି ଆଣ୍ଡ ଆଇଟିର ଉପଦେଷ୍ଟା ଅନୁଭବ ପଟ୍ଟନାୟକ , ପଠାଣି ସାମନ୍ତ ବରିଷ୍ଠ ନାଗରିକ ଫୋରମର ସଭାପତି ଅଖିଳ କୁମାର ମହାରଣା ଓ କଲେଜ ଅଧ୍ୟକ୍ଷ ଶରତ କୁମାର ସାହୁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶିବିରରେ ୭୫ ଜଣ ରକ୍ତଦାନ କରିଥିଲେ ।

ନୟାଗଡ ବ୍ଲଡ ବ୍ୟାଙ୍କ ପକ୍ଷରୁ କାଉନସିଲର ଅଜୟ କୁମାର ପଟ୍ଟନାୟକ, ଟେକନିସିଆନ୍ ସରୋଜ କୁମାର ସାହୁ,ସନ୍ତୋଷ ସାମନ୍ତ ସିଂହାର, ଷ୍ଟାଫ୍ ନର୍ସ ସସ୍ମିତା ମହାରଣା, ଜୟନ୍ତୀ ସାହୁ, ପଞ୍ଚୁ ଦଳେଇ,ପ୍ରଫୁଲ୍ଲ ପ୍ରତିହାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଡ଼ା.ଏଲୋରା ଦାଶ ରକ୍ତଦାତାମାନଙ୍କୁ ପରୀକ୍ଷା କରିବା ପରେ ରକ୍ତ ସଂଗ୍ରହ କରାଯାଇଥିଲା ।
ବରିଷ୍ଠ ନାଗରିକ ଫୋରମର ସଭାପତି ଶ୍ରୀ ମହାରଣା ,ବାଣପୁର ସରପଞ୍ଚ ପ୍ରଦୀପ କୁମାର କର , ଜଲେଜ ଯୁବ ରେଡକ୍ରସ ସଂଯୋଜକ ମାନଗୋବିନ୍ଦ ରାଉତ,ସାରଳା ବେହେରା, ଜାତୀୟ ସେବା ସଂସ୍ଥା ସଂଯୋଜକ ହୃଷିକେଶ ମିଶ୍ର ଏବଂ ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛା ସେବୀମାନେ ସହଯୋଗ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।