You are currently viewing ରହସ୍ୟ ଘେରରେ ଝରାଫୁଲର ମୃତ୍ୟୁ

ରହସ୍ୟ ଘେରରେ ଝରାଫୁଲର ମୃତ୍ୟୁ

ଭୁବନେଶ୍ୱର: ରମାଦେବୀ କଲେଜର ଛାତ୍ରୀ ମୃତ୍ୟୁ ଘଟଣା | ପୂର୍ବରୁ ସନ୍ଦେହ କରୁଥିବା ପ୍ରେମୀକ ରାକେଶ ସ୍ୱାଇଁ ପୋଲିସ୍ ପାଖରେ ଆତ୍ମସମର୍ପଣ କରିଛି । ରାକେଶ ନାମରେ ପ୍ରଥମରୁ ଝରାଫୁଲର ପରିବାର ଲୋକେ ଅଭିଯୋଗ ଆଣିଥିଲେ ।ଝରାଫୁଲଙ୍କ ମୃତ୍ୟୁ ପରେ ଝରାଫୁଲଙ୍କ ବାପା ଓ ତାଙ୍କ ପରିବାର ଲୋକେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶଙ୍କ ଉପରେ ସନ୍ଦେହ କରିଥିଲେ । ଓ ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ମଧ୍ୟ ସ୍କୁଟି ପଛପଟେ ରାକେଶ ହିଁ ବସିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୋଲିସ୍ ର ତନାଘନା ଆରମ୍ଭ ହୋଇଥିଲା କିନ୍ତୁ ରାକେଶ ସେବେଠୋରୁ ଫେରାର୍ ରହିଥିଲା । ଗତ ୨୬ ତାରିଖରୁ ରାକେଶ ଫେରାର୍ ଥିବା ବେଳେ ଗତ କାଲି (ଗୁରୁବାର) ଏୟାରଫିଲ୍ଡ ପୋଲିସ୍ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଭିଯୁକ୍ତ ରାକେଶକୁ ଗିରଫ କରିଛି ।ତେବେ ସୂଚନା ଥାଉ କି ,ମୟୁରଭଞ୍ଜର ଝିଅ ଝରାଫୁଲ ରାଜଧାନୀ ଭୁବନେଶ୍ୱରରେ ପାଠ ପଢୁଥିଲେ ଓ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ଯାଜପୁର ଜିଲ୍ଲା କୁଆଖାଇ ନଦୀରୁ |
ତେବେ ଆଜି ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା । ମୃତଦେହ ଫିଙ୍ଗାଯାଇଥିବା ସ୍ଥାନ ଦେଖିଛନ୍ତି ମହିଳା କମିସନ ଅଧ୍ୟକ୍ଷା |

ଅନ୍ୟମାନଙ୍କୁ ଜଣାନ୍ତୁ।