You are currently viewing ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡା ୧୦/୦୪, ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଝାରସୁଗୁଡାରେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହାପୂର୍ବରୁ କଂଗ୍ରେସର ଏକ କମିଟି ଝାରସୁଗୁଡା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଯାହାର ରିପୋର୍ଟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯାଇଥିଲା । ଆଉ ରାଜ୍ୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । ଯୁବ ନେତା ଭାବେ ପରିଚିତ ତରୁଣ ପାଣ୍ଡେ ପୂର୍ବରୁ କଂଗ୍ରେସ ସହ ଜଡିତ ଅଛନ୍ତି । ତରୁଣଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ମଧ୍ୟ ପୂର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡାରୁ ବିଧାୟକ ରହି ଆସିଛନ୍ତି । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପୂର୍ବରୁ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେପି ଏଯାବତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।