You are currently viewing ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ରାଶି

ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ରାଶି

ଭୁବନେଶ୍ୱର-୨୩.୦୭.୨୦୨୧, ରାଜ୍ୟରେ କରୋନା ସଂକ୍ରମଣରେ ଅନେକ ସାମ୍ବାଦିକ ମୃତ୍ୟୁବରଣ କରିଛନ୍ତି । କୋଭିଡ଼ରେ ମୃତ୍ୟୁବରରଣ କରିଥିବା ସାମ୍ବାଦିକଙ୍କ ପରିବାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଜ୍ୟରେ ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର ହୋଇଛି ।ପ୍ରତ୍ୟେକ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇଦିଆଯିବ । ମୃତ ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଗଞ୍ଜମରୁ ସର୍ବାଧିକ ୭ଜଣ ଥିବାବେଳେ, ଭୁବନେଶ୍ୱରରୁ ୪, ବଲାଙ୍ଗିରରୁ ୩, କଳାହାଣ୍ଡିରୁ ଜଣେ, ଯାଜପୁର ଜିଲ୍ଲାର ୨ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।