You are currently viewing ସମାଜସେବା ପାଇଁ ସାମ୍ବାଦିକ ସମ୍ମାନିତ

ସମାଜସେବା ପାଇଁ ସାମ୍ବାଦିକ ସମ୍ମାନିତ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର, ୧୬/୦୯(ଏଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଶୁଣାକଥା ସାପ୍ତାହିକ ପତ୍ରିକାର ଦକ୍ଷିଣାଞ୍ଚଳ ବ୍ୟୁରୋ ମୁଖ୍ୟ କୃଷ୍ଣଚନ୍ଦ୍ର ପାଳଙ୍କୁ ତାଙ୍କର ସମାଜ ସେବା ପାଇଁ ଡ.ଦେବାଶିଷ ପଣ୍ଡା ସମ୍ମାନିତ କରିଛନ୍ତି । ଶ୍ରୀ ପାଳଙ୍କୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ କୃଷ୍ଣଚନ୍ଦ୍ର ପାଳ ସାମ୍ବାଦିକତା ସହ ସମାଜ ସେବାରେ ମଧ୍ୟ ନିଜକୁ ଉତ୍ସର୍ଗ କରିଛନ୍ତି । କରୋନା ସମୟରେ ଗଞ୍ଜାମ ଜିଲ୍ଲାରେ କରୋନାରେ ପୀଡିତ ପରିବାର ମାନଙ୍କୁ ସହଯୋଗର ହାତ ବଢାଇ ଶ୍ରୀ ପାଳ ଗଞ୍ଜାମ ଜିଲ୍ଲାରେ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।