You are currently viewing ଆସନ୍ତା ୨୪ ତାରିଖରୁ ଜୁନିଅର ହକି ବିଶ୍ୱକପ୍

ଆସନ୍ତା ୨୪ ତାରିଖରୁ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର(ଏଏନଏସ) ୧୧.୧୧.୨୦୨୧, ଆସନ୍ତା ୨୪ ତାରିଖରେ ହେବ ଜୁନିଅର ହକି ବିଶ୍ୱକପ୍ । କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ଆୟୋଜିତ ହୋଇଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବାୟୋ ବବଲ ପ୍ରକ୍ରିୟାରେ ବିଶ୍ବକପ ଅନୁଷ୍ଠିତ ହେବ।
ଜୁନିଅର ହକି ବିଶ୍ୱକପରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ଏନେଇ କିଛି ଟିମ ଭୁବନେଶ୍ୱରରେ ପହଞ୍ଚିସାରିଛି ଏବଂ ଅନ୍ୟସବୁ ଟିମ୍ ୧୫ ତାରିଖରେ ପହଞ୍ଚିବେ।
କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି। ବିନା ଦର୍ଷକରେ ନିରାଡ଼ମ୍ବରରେ ଜୁନିଅର ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ହେବ।
ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ। ଖେଳାଳି ଓ ଟିମ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।