You are currently viewing ଆଜିଠାରୁ ଜୁନିୟର ହକି ମହାକୁମ୍ଭ

ଆଜିଠାରୁ ଜୁନିୟର ହକି ମହାକୁମ୍ଭ

ଭୁବନେଶ୍ୱର(ଏଏନଏସ) ୨୪.୧୧.୨୦୨୧, ଆଜିଠାରୁ   କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ । ବିଶ୍ବକପ୍ ପାଇଁ ସୋମବାର ସୁଦ୍ଧା ୧୬ଟି ଯାକ ଦଳ ଭୁବନେଶ୍ୱର ପହଞ୍ଚିଛନ୍ତି ।  ଆଜି ସକାଳ ୯.୩୦ ମିନିଟରୁ ବିଶ୍ୱକପ୍‌ର ପୁଲ୍‌ ପର୍ଯ୍ୟାୟ ଆରମ୍ଭ ହୋଇଛି । କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବାୟୋ-ବବଲରେ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଛି ।


୧୬ଟି ଦଳକୁ ୪ଟି ପୁଲ୍‌ରେ ଭାଗ କରାଯାଇଛି । ପୁଲ୍‌ ଏ’ରେ ବେଲଜିୟମ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ଚିଲି । ପୁଲ୍‌ ବି’ରେ ଭାରତ, କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ । ପୁଲ ସି’ରେ ନେଦରଲାଣ୍ଡସ, ସ୍ପେନ, କୋରିଆ ଓ ଆମେରିକା ଏବଂ ପୁଲ୍‌ ଡି’ରେ ଜର୍ମାନୀ, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ରହିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ମିଶାଇ ମୋଟ୍‌ ୪୮ଟି ମ୍ୟାଚ୍‌ ଖେଳାଯିବ । ତେବେ ଭାରତ ଆଜି ଉଦଘାଟନୀ ମୁକାବିଲାରେ ଫ୍ରାନ୍ସ ବିପକ୍ଷରେ ପ୍ରତିଯୋଗିତା ଆରମ୍ଭ କରିବ ।
ଆଜି ବୁଧବାର ମୋଟ୍‌ ୫ଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ସକାଳ ୯.୩୦ ମିନିଟରେ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା, ମଧ୍ୟାହ୍ନ ୧୨ଟାରେ ଜର୍ମାନୀ ଓ ପାକିସ୍ତାନ,  ଅପରାହ୍ଣ ୨.୩୦ ମିନିଟ୍‌ରେ କାନାଡ଼ା ଓ ପୋଲାଣ୍ଡ, ଅପରାହ୍ଣ ୪ଟାରେ ମାଲେସିଆ ଓ ଚିଲି, ଏବଂ ରାତି ୮ଟାରୁ ଭାରତ ଓ ଫ୍ରାନ୍ସ ମଧ୍ୟରେ  ମ୍ୟାଚ୍‌ ଆରମ୍ଭ ହେବ  ।
ତେବେ ମେଗା କ୍ରୀଡା ଇଭେଣ୍ଟ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପାଞ୍ଚ ଜଣ ଏସପି, ଆଠ ଜଣ ଡିଏସପି, ୨୬ ଇନ୍ସପେକ୍ଟର, ୭୨ ଜଣ ଅଧିକାରୀ, ୩୦ ଟି ହାଭିଲଦାର ଏବଂ ପ୍ରାୟ ୨୦ ପ୍ଲାଟୁନ ନିୟୋଜିତ ହୋଇଛନ୍ତି ।


ଅନ୍ୟମାନଙ୍କୁ ଜଣାନ୍ତୁ।