You are currently viewing ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ

ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୧/୦୬, ତାତି ସାଙ୍ଗକୁ ଆଉ ୩ ଦିନ କାଳବୈଶାଖୀ । ଦିନ ବେଳେ ପ୍ରବଳ ଖରା ସାଙ୍ଗକୁ ତାତି । ଅପରାହ୍ନରେ କିଛି ସ୍ଥାନରେ କାଳବୈଶାଖୀ । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବା ଆଶଙ୍କା ରହିଛି। କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି କାଳବୈଶାଖୀ ଦେଖିବାକୁ ମିଳିପାରେ । ଆସନ୍ତା ୪ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା । ୪୨.୮ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

ଅନ୍ୟମାନଙ୍କୁ ଜଣାନ୍ତୁ।