rain

ରାଜ୍ୟରେ କାଳବୈଶାଖୀ ବର୍ଷା: ଆଗାମୀ ୫ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଜାରି ରହିବ ବର୍ଷା

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଜିଠୁ ବଢିବ ବର୍ଷା । ବିଜୁଳି, ଘଡଘଡି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିଛି । କାଳବୈଶାଖୀ ଯୋଗୁଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏବେ ନିମ୍ନ ଚାପ ରେଖା ସକ୍ରିୟ ନାହିଁ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଯୋଗୁ ରାଜ୍ୟରେ ବର୍ଷା ହୋଇଥିବା କହିଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରାମା ମହାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।