You are currently viewing ଆଜି ମିଳିବ ‘କାଳିଆ’ ଯୋଜନା ଟଙ୍କା
Collector lays stress on right implementation of KALIA

ଆଜି ମିଳିବ ‘କାଳିଆ’ ଯୋଜନା ଟଙ୍କା

ଭୁବନେଶ୍ୱର -୧୪.୦୫.୨୦୨୧, ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । ପ୍ରତ୍ୟେକ ଚାଷୀ ମାନଙ୍କ ପାଇଁ ଏହା ଏକ ବଡ଼ ଦିନ ହୋଇଥିବାରୁ ରାଜ୍ୟର ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ପ୍ରାୟ ୩୬ ଲକ୍ଷ ଚାଷୀ ଉପକୃତ ହେବେ । ଏଥିପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଅପରାହ୍ନ ୫ଟାରେ ସଂଧ୍ୟାରେ କାଳିଆ ଯୋଜନା ଅନ୍ତର୍ଭୁକ୍ତ ଚାଷୀ ମାନଙ୍କୁ କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଏଥିରେ ଭୂମିହୀନଙ୍କୁ ୨୫୦୦, କ୍ଷୁଦ୍ର ଚାଷୀଙ୍କୁ ୨ ହଜାର ଲେଖାଏଁ ସହାୟତା ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।