You are currently viewing କାର୍ତ୍ତିକ ମାସ ଗାଇଡଲାଇନ ଜାରି କଲା ବିଏମସି

କାର୍ତ୍ତିକ ମାସ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର(ଏ ଏନ ଏସ) ୧୯.୧୦.୨୦୨୧, କାର୍ତ୍ତିକ ମାସ ଗାଇଡଲାଇନ ଜାରି କଲା ବିଏମସି । ଲକ୍ଷ୍ମୀପୂଜା କାଳୀପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଓ ଅଳ୍ପ କର୍ମକର୍ତ୍ତାଙ୍କୁ ନେଇ କାଳୀ ପୂଜା ଓ ଗଜଲକ୍ଷ୍ମୀ ପୂଜା ଆୟୋଜନକୁ ଅନୁମତି ଦେଇଛି ବିଏମସି ।
ଗାଇଡଲାଇନ୍ ଅନୁସାରେ, ପୂଜା ଆୟୋଜନ କରୁଥିବା ଆୟୋଜକଙ୍କୁ କମିଶନରେଟ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ । ପୂଜାରେ ସାମିଲ ହେବାକୁ ଥିବା ସମସ୍ତେ ଡବଲ ଡୋଜ ଟିକା ନେଇଥିବା ସହ ଟେଷ୍ଟିଂ କରିଥିବା ଜରୁରୀ। ବିଏମସି ପକ୍ଷରୁ ହୋଇଥିବା କୁତ୍ରିମ ଜଳାଶୟରେ ହେବ ବିସର୍ଜନ। ବିସର୍ଜନ ସମୟରେ ସର୍ବାଧିକ ୧୦ଜଣ ରହିବାକୁ ଅନୁମତି । ଶୋଭାଯାତ୍ରା, ରୋଷଣୀ ବାଜା ଆଦି ବନ୍ଦ ।

ସେହିପରି ପବିତ୍ର କାର୍ତ୍ତିକ ମାସରେ ହବିଶିଆଳିଙ୍କ ପାଇଁ ଜାରି ହୋଇଛି କଟକଣା। କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ନିର୍ଦେଶ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।