You are currently viewing ଖସୁଛି ତାପମାତ୍ରା ଶୀତ ବଢୁଛି

ଖସୁଛି ତାପମାତ୍ରା ଶୀତ ବଢୁଛି

  • Post category:ଓଡିଶା
  • Reading time:1 mins read

କୋରାପୁଟ (୩୦/୧୦) ଖସୁଛି ତାପମାତ୍ରା, ବଢୁଛି ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଲାଣି। ୧୫ ଡିଗ୍ରୀ ତଳେ ରହିଛି ୧୪ ସହର । କୋରାପୁଟ ଜିଲ୍ଲା ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ରହିଛି ୯.୧ ଡିଗ୍ରୀ । ଦାରିଙ୍ଗିବାଡିରେ ୧୧ ଡିଗ୍ରୀ, କୋରାପୁଟରେ ୧୨ ଡିଗ୍ରୀ ରହିଛି ତାପମାତ୍ରା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି। ଶୀତୁଆ ସକାଳର ମଜା ନେଉଛନ୍ତି ଲୋକ । ଶୀତରୁ ରକ୍ଷା ପାଇବାକୁ ସକାଳୁ ପାର୍କ ଓ ପଡ଼ିଆରେ ଜମୁଛି ଲୋକଙ୍କ ଭିଡ଼ । କାଲିଠୁ ବଦଳିବ ପାଗ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମର ଧରଣର ବର୍ଷା ହୋଇପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।